Appeal From Trust

॥ ନୀଳାଚଳ ନିବାସାୟ ନିତ୍ୟାୟଃ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ ॥

-: ଭକ୍ତିପୂତ ନିବେଦନ :-
"ଉତ୍କଳର ନେତା ନାହିଁ ପ୍ରୟୋଜନ - ଉତ୍କଳର ନେତା ସ୍ଵୟଂ ନାରାୟଣ"

ମହାଭାଗ ! ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ଵ ଦରବାରରେ ପ୍ରତିଟି ଓଡ଼ିଆର ପରିଚୟ । ଜଣେ ଓଡ଼ିଆର ଭାବନାସର୍ବସ୍ଵ ଜୀବନରେ ଭକ୍ତି ଆଉ ମୁକ୍ତିର ଅଳଙ୍କାର ସେ । ଓଡ଼ିଶା ଓ ଓଡ଼ିଆର ମନ ପ୍ରାଣ ଏବଂ ମହାପ୍ରଭୁ ଦୁଇଟି ଅଲଗା ଲାଗୁଥିଲେ ହେଁ ଏହା ଏକ ଏବଂ ଅଭିନ୍ନ । ମହାପ୍ରଭୁଙ୍କର ଦିବ୍ୟ ଲୀଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଛୋଟ ଏକ ପ୍ରୟାସ । ସେହି ବିଶ୍ଵନିୟନ୍ତାଙ୍କ ନିର୍ଦେଶ କ୍ରମେ ତୋଳା ଚାଲିଛି ଏହି ଭବ୍ୟ ମନ୍ଦିର ।

ଭୌଗଳିକ ଦୃଷ୍ଟି କୋଣରୁ ମହାପ୍ରଭୁଙ୍କର ଏହି ମନ୍ଦିରଟି ଭଦ୍ରକ ସହରଠାରୁ ପାଖାପାଖି ୧୫ କି. ମି. ଦୂରରେ ଓ ମୁଖ୍ୟତଃ ଲୋକଲୋଚନର ଅନ୍ତରାଳରେ ଅବସ୍ଥିତ । ମହାପ୍ରଭୁଙ୍କର ଅପୂର୍ବ କରୁଣାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୧୦ ମସିହାରୁ ଆରମ୍ଭ ହୋଇ ଅଳ୍ପ ବହୁତେ ଆଗେଇ ଚାଲିଛି । ଆଜି ଦିନରେ ପରିକଳ୍ପିତ ମନ୍ଦିରର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟର ବ୍ୟୟ ଅଟକଳ ପାଖାପାଖି ୫ କୋଟି ଟଙ୍କା । ଭୌଗଳିକ ଓ ଆର୍ଥିକ ଦୃଷ୍ଟି କୋଣକୁ ଅନୁଧ୍ୟାନ କଲେ, ବାହ୍ୟ ସହୋଯୋଗର ହାତ ନଗଣ୍ୟ ବୋଲି କହିଲେ କିଛି ଭୁଲ ହେବନାହିଁ । ଅଳ୍ପ ବହୁତେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କର ସହଯୋଗର ହାତ ଛାଡି ଦେଲେ, ଏଇ ଗାଁର ଯୁବ ଇଞ୍ଜିନିୟର ଶ୍ରୀ ଶୁଭେନ୍ଦୁ ସାମଲଙ୍କର ସହାୟତାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି, ଯେଉଁଠିକି ଶ୍ରୀ ସାମଲ ତାଙ୍କର ସମସ୍ତ ଆୟର ପାଖାପାଖି ୯୩% ଭାଗ ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରି ଆସୁଛନ୍ତି ।

ମନ୍ଦିର ନିର୍ମାଣର ସମ୍ପୂର୍ଣ ବ୍ୟୟ ଅଟକଳ ରାଶି ତୁଳନାରେ, ଆମକୁ ମିଳୁଥିବା ଦାନ ରାଶି କହିବାକୁ ଗଲେ ଅତି ନଗଣ୍ୟ ଯାହାକି ମନ୍ଦିରର ନିର୍ମାଣର ସମୟସୀମା ଧାର୍ଯ୍ୟ କରିବା ଆମ ପକ୍ଷେ ସମ୍ଭବ ହୋଇପାରୁନାହିଁ ।

ପରମ ଲୀଳାମୟ, ମହାକାରୁଣିକ, ଭକ୍ତବତ୍ସଳ ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳାମୃତ ଜଣେ ଓଡ଼ିଆକୁ କେବେ ଅଜଣା ନ ଥିବ । ଭାବଗ୍ରାହୀ ସେ, ଭାବକୁ ନିକଟ ଅଭାବକୁ ଦୂର । ଦାସିଆ ବାଉରୀର ଭକ୍ତିଭାବ ନେଇ ମହାପ୍ରଭୁଙ୍କ ପାଖରେ ସମର୍ପଣ ରଖିଥିବା ଭକ୍ତ ପାଖରୁ କେବେ ନିଜକୁ ଦୂରେଇ ଦେଇ ନାହାନ୍ତି ମହାପ୍ରଭୁ ବରଂ ସାତ ଦରିଆ ତେର ନଈର ଆର ପାଖେ ଡାକ ଦେଲେ ପାଖରେ ରହି ହାତ ଧରି ମହାବିପଦରୁ ରକ୍ଷା କରନ୍ତି ସେ । ସେଥି ଲାଗି ସେ ଆର୍ତ୍ତତ୍ରାଣ, ବଳିୟାରଭୁଜ ମହାବାହୁ ଶ୍ରୀ ଜଗନ୍ନାଥ ।

ଜଣେ ଓଡ଼ିଆର ମନ ପ୍ରାଣ ଓ ବିଶ୍ବାସ ନେଇ ଅନୁରୋଧ - ମହାପ୍ରଭୁଙ୍କର ଏହି ଦିବ୍ୟ ମନ୍ଦିର ନିର୍ମାଣ କର୍ମରେ ତନ-ମନ-ଧନରେ ନିଜକୁ ନିୟୋଜିତ କରି ମହାପ୍ରଭୁଙ୍କର କୃପାଲାଭ କରିବା ହେବେ ।

ଜୟ ଜଗନ୍ନାଥ !
ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ

" ଯାହା ବି ଦେଇଛ ତୁମେ ହିଁ ଦେଇଛ ଯାହା ଅଛି ସବୁ ତୁମର
ମିଛରେ ଖାଲି ମୁଁ "ମୁଁ" ଦେଖାଉଛି ଅଣୁ ଟିଏ ନୁହେଁ ମୋହର ॥ "

On his Divine devotees voice

We are thankful to YOU for your invaluable words which keep us encouraging to move ahead on this divine journey.

Really great work
usce eu nisi risus. Vestibulum mattis, velit nec pell entesque varius, mi est dignissim massa, at volu pat mi augue quis risus. Suspendisse vitae lectus in tellus scelerisque aliquam. Lorem ipsum dolor sit amet purus consectetuer vulputate vitae...